ଭାରତ ଏବଂ ଆମେରିକା ମଧ୍ୟରେ ହେବା ବଡ଼ ବାଣିଜ୍ୟ ଚୁକ୍ତି, ଟ୍ରମ୍ପ ଦେଲେ ହିଣ୍ଟ

Published By : Prameya-News7 Bureau | June 27, 2025 IST

ନୂଆଦିଲ୍ଲୀ ୨୭।୦୬; ଭାରତ -ଆମେରିକା ମଧ୍ୟରେ ବହୁତ ଡିଲ୍‌ ହେବାକୁ ଯାଉଛି। ଏନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ସଙ୍କେତ ଦେଇଛନ୍ତି। ଭାରତ ଏବଂ ଆମେରିକା ମଧ୍ୟରେ ଖୁବ୍ ଶୀଘ୍ର ଏକ ବଡ଼ ବାଣିଜ୍ୟ ଚୁକ୍ତି ହେବାକୁ ଯାଉଛି। ବିଗ୍ ବିଉଟିଫୁଲ୍ ବିଲ୍ କାର୍ଯ୍ୟକ୍ରମରେ ଭାଷଣ ଦେବା ସମୟରେ ଟ୍ରମ୍ପ ଏହି ବିଷୟକୁ ସମସ୍ତଙ୍କ ସାମ୍ନାରେ ରଖିଥିଲେ।

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗୁରୁବାର କହିଛନ୍ତି ଯେ ଆମେରିକା ଚୀନ୍ ସହିତ ଏକ ଚୁକ୍ତି ସ୍ୱାକ୍ଷର କରିଛି। ଚୀନ୍ ସହିତ ଏକ ଚୁକ୍ତି ହୋଇଥିବା ଘୋଷଣା କରିବା ପରେ, ଟ୍ରମ୍ପ୍ ସଙ୍କେତ ଦେଇଥିଲେ ଯେ ଶୀଘ୍ର କରାଯିବ ଭାରତ ସହିତ ଏକ ବଡ଼ ଡିଲ୍‌ ହେବ । ଟ୍ରମ୍ପ ତାଙ୍କ ଭାଷଣରେ କହିଥିଲେ, ସମସ୍ତେ ଏକ ଚୁକ୍ତି କରିବାକୁ ଏବଂ ଏହାର ଏକ ଅଂଶ ହେବାକୁ ଚାହାଁନ୍ତି। ଆମେ ଗତକାଲି ଚୀନ୍ ସହିତ ଏକ ଚୁକ୍ତି ସ୍ୱାକ୍ଷର କରିଛୁ। ଏହି ଚୁକ୍ତି ବିଷୟରେ ଆଲୋଚନା କରି ଟ୍ରମ୍ପ କହିଛନ୍ତି ଯେ, ଭାରତ ସହ ବହୁତ ବଡ଼ ଚୁକ୍ତି କରିବୁ।

“ଭାରତ ପାଇଁ ଦ୍ୱାର ଖୋଲିବାକୁ ଯାଉଛି”

ଟ୍ରମ୍ପ ଆହୁରି କହିଛନ୍ତି ଯେ ଅନ୍ୟ କୌଣସି ଦେଶ ସହିତ ଚୁକ୍ତି କରାଯିବ ନାହିଁ। ଆମେ ସମସ୍ତଙ୍କ ସହିତ ଏହା କରିବୁ ନାହିଁ। କିନ୍ତୁ ଆମେ କିଛି ମହାନ ଚୁକ୍ତି କରୁଛୁ ଯାହା ଏବେ ଭାରତ ସହିତ ହେବାକୁ ଯାଉଛି। ଏହା ବହୁତ ବଡ଼ କଥା। ଆମେ ଭାରତ ପାଇଁ ଦ୍ୱାର ଖୋଲିବାକୁ ଯାଉଛୁ, କିନ୍ତୁ ଚୀନ୍‌ ସହ ଚୁକ୍ତିନାମାରେ ତା’ପାଇଁ ଦ୍ୱାର ଖୋଲିବା ଆରମ୍ଭ କରୁଛୁ। ହେଲେ ଟ୍ରମ୍ପ ଚୀନ୍ ସହିତ କ’ଣ ଚୁକ୍ତି କରିବାକୁ ଯାଉଛନ୍ତି ସେ ବିଷୟରେ କୌଣସି ସୂଚନା ଦେଇ ନାହାଁନ୍ତି। 

ବଡ଼ ବାଣିଜ୍ୟ ଚୁକ୍ତି ହେବାର ସମ୍ଭାବନା 

ଏହି ମାସର ଆରମ୍ଭରେ, ଆମେରିକା-ଭାରତ ରଣନୈତିକ ସହଭାଗୀତା ଫୋରମରେ ଭାଷଣ ଦେଇ, ଆମେରିକା ବାଣିଜ୍ୟ ସଚିବ ହାୱାର୍ଡ ଲୁଟନିକ୍ କହିଥିଲେ ଯେ ଭାରତ ଏବଂ ଆମେରିକା ମଧ୍ୟରେ ଏକ ବାଣିଜ୍ୟ ଚୁକ୍ତି ଖୁବ୍ ଶୀଘ୍ର ଚୂଡ଼ାନ୍ତ ହୋଇପାରେ। ସେ କହିଥିଲେ, ମୁଁ ଭାବୁଛି ଆମେ ଏହାର ବହୁତ ନିକଟତର ହୋଇଗଲୁଣି ଏବଂ ଆପଣ ନିକଟ ଭବିଷ୍ୟତରେ ଆମେରିକା ଏବଂ ଭାରତ ମଧ୍ୟରେ ଏକ ଚୁକ୍ତି ଆଶା କରିବା ଉଚିତ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.